ମନ୍ତ୍ରୀ ହେବେ ପାୱାରଫୁଲ, ସଚିବଙ୍କ କ୍ଷମତା ସଙ୍କୁଚିତ
ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା । କ୍ୟାବିନେଟରେ କହିବେ ମନ୍ତ୍ରୀ, ଶୁଣିବେ ବିଭାଗୀୟ ସଚିବ । ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବଙ୍କ ଚିଠି । କ୍ୟାବିନେଟ ବୈଠକ ପୂର୍ବରୁ ଓ ଜାରିବେଳେ ଅନୁସରଣ କରିବା ପ୍ରକ୍ରିୟା । ୫ ଦିନ ପୂର୍ବରୁ ପ୍ରକାଶ ପାଇବ କ୍ୟାବିନେଟ ମିଟିଂ ବିଜ୍ଞପ୍ତି । ସମୟସୀମା ପରିବର୍ତ୍ତନ କରିପାରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ କ୍ୟାବିନେଟ, ରାଜ୍ୟ ମନ୍ତ୍ରୀ, ବିଭାଗୀୟ ସଚିବ । ବୈଠକର ୩ ଦିନ ପୂର୍ବରୁ କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ । ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ଗୃହୀତ ଚୂଡ଼ାନ୍ତ ପ୍ରସ୍ତାବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ନିକଟକୁ ଯିବ କ୍ୟାବିନେଟ ପ୍ରସ୍ତାବ । ପରେ କୌଣସି ପ୍ରସ୍ତାବ ଗ୍ରହଣ କରାଯିବନାହିଁ । କ୍ୟାବିନେଟ ବୈଠକରେ ଉପସ୍ଥିତ ରହିବେ ସଚିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମତିକ୍ରମେ ଅନୁପସ୍ଥିତ ରହିପାରନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପରେ ପ୍ରସ୍ତାବ ସମ୍ପର୍କରେ କହିବେ ମନ୍ତ୍ରୀ । ବିଭାଗୀୟ ମନ୍ତ୍ରୀ କହିବା ପରେ ଅନ୍ୟ ମନ୍ତ୍ରୀ କହିପାରିବେ । ପ୍ରସ୍ତାବ ଥିବା ବିଭାଗର ସଚିବ ଆଲୋଚନାରେ ଉପସ୍ଥିତ ରହିବେ । ପାରିତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ମନ୍ତ୍ରୀଙ୍କର ରହିବ ବୋଲି କୁହା ଯାଇଛି ।
