ଫେବ୍ରୁଆରୀ ୧୩ରୁ ବିଧାନସଭା ବଜେଟ୍ ଅଧିବେଶନ

ଫେବ୍ରୁଆରୀ ୧୭ରେ ଆସିବ ବଜେଟ୍

ଫେବ୍ରୁଆରୀ ୧୭ରେ ଆସିବ ଓଡ଼ିଶା ବଜେଟ୍ । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ୍ । ଫେବ୍ରୁଆରୀ ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଯାହାକି ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି । ଫେବୃଆରୀ 13 ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ପରେ ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ। ପୁନଃ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ୟ୍ୟନ୍ତ ୨ୟ ପର୍ଯ୍ୟାୟ ଅଧିବେଶନ କାର୍ଯ୍ୟ ଚାଲିବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେବ୍ରୁଆରୀ ୧୭ ତାରିଖରେ ଆସିବ ରାଜ୍ୟ ବଜେଟ୍ । ଯାହାକୁ ସାଢେ ଚାରି କୋଟି ଓଡ଼ିଆ ଅନେଇ ବସିଛନ୍ତି । ଖାସ୍ କରି ନୂଆ ବଜେଟରେ ଲୋକଙ୍କ ପାଇଁ କେଉଁ କେଉଁ ଯୋଜନା ଆରମ୍ଭ ହେବା ସହିତ, କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯିବ, ତାହା ହିଁ ଗୁରୁତ୍ୱପୂର୍ଣ୍ଣ ।