ମାଟ୍ରିକ ପାସ୍ହାର ୯୬.୦୭ ପ୍ରତିଶତ
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍ହାର ୯୬.୦୭% ରହିଛି। ଛାତ୍ରୀଙ୍କ ପାସ ହାର ୯୬.୭୩ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ୍ହାର ୯୫.୩୯ ପ୍ରତିଶତ ରହିଛି । ଚଳିତ ବର୍ଷ ମୋଟ ୫ଲକ୍ଷ ୪୧ହଜାର ୬୧ଜଣ ପରୀକ୍ଷା ଦେଇଥିଲେ । ୫ଲକ୍ଷ ୩୦ହଜାର ୧୫୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୨୬୪୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ଆସିଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮% ପାସ୍ହାର, ନୂଆପଡ଼ାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍ହାର । ୨୯ରୁ ୧୨ ଜୁନ ଯାଏଁ ରି-ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ ।
ସାଢ଼େ ୧୧ଟାରେ ପରୀକ୍ଷାର୍ଥୀମାନେ ଅନଲାଇନରେ ଦେଖିପାରିବେ ରେଜଲ୍ଟ। ୱେବସାଇଟ www.bscodisha.ac.inରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ। ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ପରେ ଅର୍ଥାତ୍ ଅପରାହ୍ନ ୪ଟା ବେଳକୁ ଅନଲାଇନ ଏବଂ ହ୍ବାଟ୍ସଆପରେ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ। ଏଥିପାଇଁ BSE/Hi ଲେଖି 77100-58192 ନମ୍ବରରେ ହ୍ବାଟ୍ସଆପ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।