ପୋଲାଭରମ ତାତି, ଚାଲିପାରୁନି ଗୃହ

୪ଟା ଯାଏଁ ଗୃହ ମୁଲତବି

ଚାଲିପାରୁନି ଗୃହ । ପୁଣି ୪ଟା ଯାଏଁ ଗୃହ ମୁଲତବି । ପୋଲାଭରମ୍ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବି। କଂଗ୍ରେସ ଓ ବିଜେଡିର ନାରାବାଜି ଓ ହୋହଲ୍ଲା ଯୋଗୁଁ ମୁଲତବି। ପୋଲାଭରମ ପ୍ରସଙ୍ଗ ବିଚାରାଧୀନ ଥିବାରୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ମାଓ-ବିରୋଧୀ ଅପରେସନ ହୋଇଛି ଓ ଏହାର ପରିଣାମ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହକୁ ସୂଚିତ କରିଛନ୍ତି । ୨୦୧୪ ରୁ ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାରେ ରାଜ୍ୟରେ ମୋଟ ୧୨୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ବିଭିନ୍ନ ଅପରେସନରେ ୧୧ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *