ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ

ମନ୍ତ୍ରୀ ହେବେ କି ରଜନୀକାନ୍ତ ?

ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ତେବେ ଚର୍ଚ୍ଚା ହେଉଛି ସେ ମନ୍ତ୍ରୀ ପଦ ପାଇବେ । ଯେଉଁଥିପାଇଁ ସେ ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତିଙ୍କୁ ଭେଟି ନି‌ଜ ଇସ୍ତଫାପତ୍ର ଦେଇଛନ୍ତି | ଇସ୍ତଫା ଦେବା ପରେ ସେ କହିଛନ୍ତି  ଉପବାଚସ୍ପତି ଏକ ସାମ୍ବିଧାନିକ ପଦ | ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି | ଆଖି ଆଗରେ ନିର୍ବାଚନ ଅଛି | ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି | ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । କୁହାଯାଉଛି ଯେ ଅନୁଗୁଳ ଜିଲ୍ଲାରେ ଦଳର ସଂଗଠନ ସେତେଟା ମଜବୁତ୍‌ ନ ଥିବା କୁହାଯାଉଛି । ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ସବୁ ଜିଲ୍ଲାରେ ସଂଗଠନକୁ ମଜବୁତ୍ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛି । ତେଣୁ ଅନୁଗୁଳରେ ରଜନୀକାନ୍ତ ସିଂହଙ୍କୁ ସାଂଗଠନିକ ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି । କିନ୍ତୁ ପୂର୍ବରୁ ବିକ୍ରମକେଶରୀ ଆରୁଖ ମନ୍ତ୍ରୀପଦ ପାଇଁ ବାଚସ୍ପତି ଦ ଛାଡିଛନ୍ତି । ତେଣୁ ସମାନ ଢଙ୍ଗରେ ରଜନୀକାନ୍ତ ବି କାମ କରୁଛନ୍ତି ବୋଲି ରାଜନୈତିକ ମହଲେ ଜୋର ଧରିଛି ଚର୍ଚ୍ଚା ।