ବିଧାନସଭାର ସମସ୍ତ ସଦସ୍ୟଙ୍କୁ ପଠାଗଲା ଚିଠି

ଆସନ୍ତା ୨୧ରେ ଉପବାଚସ୍ପତି ନିର୍ବାଚନ

ଆସନ୍ତା ୨୧ରେ ଉପବାଚସ୍ପତି ନିର୍ବାଚନ । ଉପବାଚସ୍ପତି ନିର୍ବାଚନ ନେଇ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ପଠାଯାଇଛି ଚିଠି । ୨୧ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ । ଏନେଇ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି ଲେଖିଛନ୍ତି । ୨୦ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ କରିବେ ସଦସ୍ୟ  । ୨୧ ତାରିଖ ନିର୍ବାଚନ ହେବ । ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଖାଲିପଡ଼ିଛି ଏହି ପଦ ।