ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ଯାୟ

ଆଜି ସରଗରମ ରହିବ ଗୃହ, ମୁହାଁମୁହିଁ ହେବେ ଶାସକ-ବିରୋଧୀ

ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ଯାୟ। ଆଜି ଦ୍ବିତୀୟ ଦିନ। ଶୁକ୍ରବାରଠାରୁ ମୁଲତବୀ ରହିଥିଲା ଗୃହ।ଆଜି ବି ଗୃହ ବେଶ ସରଗରମ ରହିବ। ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରିପାରନ୍ତି। ସେହିପରି ପ୍ରଶ୍ନକାଳରେ ସ୍ଵରାଷ୍ଟ୍ର, ଅର୍ଥ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ, ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ରାଜ୍ୟରେ ମହିଳା ନିର୍ଯାତନା ପ୍ରସଙ୍ଗରେ ଗୃହ ଅଚଳ କରିପାରେ କଂଗ୍ରେସ। ଆଜିଠୁ ବିଭାଗୀୟ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଏସସି – ଏସଟି ବିଭାଗର ମଧ୍ୟ ଚର୍ଚ୍ଚା ହୋଇପାରେ ।

Leave a Reply

Your email address will not be published. Required fields are marked *