୨୯ ଓ ୩୦ ତାରିଖରେ ବନ୍ଦ ରହିବ ଗୃହକାର୍ଯ୍ୟ

୨୯ ଓ ୩୦ ଗୃହକାର୍ଯ୍ୟ ବନ୍ଦ

ବିଧାନସଭା ଶୀତ ଅଧିବେଶନର ଗୃହକାର୍ଯ୍ୟ ୨୯ ଓ ୩୦ ତାରିଖରେ ବନ୍ଦ ରଖାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ଟି ବିଲ୍‌ ଆଗତ କରିଥିଲେ। ସାର୍ବଜନୀନ ପରୀକ୍ଷା ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସାର୍ବଜନୀନ ପରୀକ୍ଷା ପ୍ରଣାଳୀକୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଥିବା ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନଗୁଡିକୁ ରୋକିବା ଲାଗି ସରକାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ୨୦୨୪କୁ ଉପସ୍ଥାପନ କରିଛନ୍ତି।