ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା, ପୀଡିତାଙ୍କୁ ଭେଟିବେ ଆଇଜି

ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା, ପୀଡିତାଙ୍କୁ ଭେଟିବେ ଆଇଜି

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତଦନ୍ତର ଅଗ୍ରଗତି ପାଇଁ ଆଇଜି ଏସ୍. ସାଇନିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ପୀଡ଼ିତାଙ୍କୁ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବେ ଆଇଜି ଏସ୍. ସାଇନି। ଦିଲ୍ଲୀ ପୋଲିସ ସହ ସମନ୍ବୟ ରଖି ତଦନ୍ତକୁ ଆଗେଇ ନେବାକୁ ସହଯୋଗ ମଧ୍ୟ କରିବେ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଭୋର୍ ୩ଟା ୧୫। SKK ଫ୍ଲାଏଓଭର ପାଖରେ ଜଣେ ୩୪ ବର୍ଷୀୟା ଯୁବତୀ ରକ୍ତଭିଜା ଲୁଗାରେ ଛିଡ଼ା ହୋଇଥିବା ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଆସିଲା । ଜଣେ ସେନା ଅଧିକାରୀ ଅସହାୟ ଅବସ୍ଥାରେ ତାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ। PCR କଲ୍ ପାଇ ସନଲାଇଟ୍ କଲୋନୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଯୁବତୀ ଜଣକ ପ୍ରଥମେ ପୋଲିସ ସହ ଯିବାକୁ ଅମଙ୍ଗ ହେଉଥିଲେ। କିଛି ସମୟ ବୁଝାଇବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲା ପୋଲିସ। ଏବେ ସେ ବିପଦମୁକ୍ତ ଥିଲେ ବି, ମାନସିକ ବିଚଳିତ ଅଛନ୍ତି । ତାଙ୍କର କାଉନସେଲିଂ ଚାଲିଥିବା ସୂଚନା ମିଳିଛି ।ଏହି ଘଟଣାକୁ ନେଇ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଯୁବତୀଙ୍କର ବ୍ଲିଡିଂ ହେଉଥିବାରୁ ସେ ଦୁଷ୍କର୍ମ ବା ଗଣଦୁଷ୍କର୍ମର ଶିକାର ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *