ସୁଦାନରୁ ଫେରିଲେ ଓଡ଼ିଆ ଯୁବକ ଆଦର୍ଶ ବେହେରା, ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସୁଦାନରୁ ଫେରିଲେ ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ ବେହେରା

ସୁଦାନରୁ ଫେରିଲେ ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ ବେହେରା । ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଦର୍ଶଙ୍କୁ ଫେରାଇ ଆଣିବାକୁ ହୋଇଥିଲା ଉଦ୍ୟମ ହୋଇଥିଲା । କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ରାଜ୍ୟ ସରକାର । ଉପଯୁକ୍ତ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗୁଇନ୍ଦା ବିଭାଗ DG କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ।

ସୁଦାନ ଗୃହଯୁଦ୍ଧ ଭିତରେ ମୁକୁଳିଛନ୍ତି ଓଡ଼ିଆ ପୁଅ ଆଦର୍ଶ ବେହେରା । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୋଟକଣାର ଆଦର୍ଶ । ଗତକାଲି ଆବୁଧାବିରୁ ହାଇଦ୍ରାବାଦ ଅଭିମୁଖେ ବାହାରିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଜଗତସିଂହପୁର ସାଂସଦଙ୍କ ଅନୁରୋଧରେ ଆଦର୍ଶଙ୍କୁ ଆଣିଛି ବୈଦେଶିକ ମନ୍ତ୍ରାଳୟ । ଉଦ୍ଧାର ପାଇଁ ଦାବି କରିଥିଲେ ସାଂସଦ ବିଭୁ ପ୍ରସାଦ ତରାଇ ।

Leave a Reply

Your email address will not be published. Required fields are marked *