ଗଠିତ ହେବ ଓଡିଆ ଭାଷା କମିଶନ : ମୁଖ୍ୟମନ୍ତ୍ରୀ

‘ଓଡ଼ିଶାରେ ନିର୍ମାଣ ହେବ ଅସ୍ମିତା ଭବନ’

ଲୋକସେବା ଭବନର ନିଜ ପ୍ରକୋଷ୍ଠରେ ଆଜି କାର୍ଯ୍ୟ ଆରମ୍ଭ କରିବା ପରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ । ଏଥିପାଇଁ ଆବଶ୍ୟକ ପଡିଲେ ଆଇନଗତ ସଂଶୋଧନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଗତି ଦିନରେ ନୂଆ ସରକାର ଗୁରୁତ୍ବ ଦେବେ। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠ ହେବ। ଏନେଇ ପ୍ରଯୁକ୍ତି ବିଦ୍ୟାକୁ ବି ପ୍ରୟୋଗ କରାଯିବ। ଓଡ଼ିଶାରେ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ । ଏହାସହ ଭାଷା କମିଶନ ମଧ୍ୟ ଗଠନ କରାଯିବ। ଏହାସହ ପ୍ରତି ଜିଲ୍ଲାରେ ସମନ୍ବିତ ସଂସ୍କୃତି ଭବନ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ। ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।