ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୧୮ଜଣ ଓଏଏସ୍ଙ୍କର ବଦଳି ହୋଇଛି । ଏଥିରେ ପ୍ରାୟ ୭୦ରୁ ଅଧିକ ତହସିଲଦାର ବଦଳିଛନ୍ତି ।

କାଶୀପୁର, କୃଷ୍ଣପ୍ରସାଦ, ନରସିଂହପୁର, ଓଡ଼ପଡ଼ା, ରଣପୁର, ନର୍ଲା, ଚିକିଟି, ପୁରୁଷୋତ୍ତମପୁର, ବ୍ରହ୍ମଗିରି, ମୋରଡ଼ା, ଚକାପାଦ, ମହାକାଳପଡ଼ା, ସୁକିନ୍ଦା, ବରଗଡ଼, କାଶୀନଗର, ଚିଲିକା, ମୋହନା, ବିଶୋଇ, କୁଚିଣ୍ଡା, ଆଠମଲ୍ଲିକ, ଚାନ୍ଦବାଲି, ବିଜାତଳା, ଖଣ୍ଡପଡ଼ା, ନାରାୟଣପାଟଣା, ଆସିକା, ଫୁଲବାଣୀ, ଚମ୍ପୁଆ, ସାରସକଣା, ଖଲ୍ଲିକୋଟ, ସବ୍ଡେଗା, ଗଞ୍ଜାମ, ଭେଡେନ, ପୁଇଁତଳା, ବାଙ୍ଗିରିପୋଷୀ, ଅମ୍ବାଭୋନା, କେ.ନୂଆଗାଁ, ଭଟଲି, ସୋନପୁର, ଟାଙ୍ଗରପାଲି, ଅତାବିରା, ମାନେଶ୍ୱର, ରାମନାଗୁଡ଼ା, ନନ୍ଦାହାଣ୍ଡି, ସତ୍ୟବାଦୀ, ଅନୁଗୁଳ, କପ୍ତିପଦା, କଣାସ, କୁଜଙ୍ଗ, ଭୋଗରାଇ, ଖୁଣ୍ଟା, ନୀଳଗିରି, କୁଳିଅଣା, କୁଡୁମୁଲୁଗୁମ୍ମା, ମାଲକାନଗିରି, ପଦ୍ମପୁର, ପୋଲସରା, ନୂଆଗାଁ, ଗରଦପୁର, ରାୟଗଡ଼ା, ବୋଲଗଡ଼, ଲଖନପୁର, ବାରକୋଟ, ହାଟଡିହି, ବରୀ, ଭୁବନେଶ୍ୱର, ବାଲିଆପାଳ, ଲାଠିକଟା ଓ ତୁଷୁରା ପ୍ରମୁଖ ତହସିଲରେ ତହସିଲଦାର ବଦଳିଛନ୍ତି ।

ତେଲକୋଇ, ମାହାଙ୍ଗା, ତିଳେଇବଣି, ଅମ୍ବାଭୋନା ପ୍ରମୁଖ ବିଡିଓ ବଦଳି ହୋଇଛନ୍ତି । ଏହାବାଦ୍ ବିଭିନ୍ନ ସ୍ଥାନରେ ଡେପୁଟି କଲେକ୍ଟର, ଅତିରିକ୍ତ ତହସିଲଦାରଙ୍କ ବଦଳି ହୋଇଛି ।

Leave a Reply

Your email address will not be published. Required fields are marked *