ଆଜିଠୁ ଅହୋରାତ୍ର ଧାରଣା

ନର୍ସିଂ ସଂଘର ସିରିଞ୍ଜ ଛାଡ଼୍ ଆନ୍ଦୋଳନ

ଆଜିକୁ ୪ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ସ୍ୱାସ୍ଥ୍ୟସେବା । ୧୦ ଦଫା ପୂରଣ ଦାବିରେ ଅଟଳ ନର୍ସିଂ ଅଫିସର୍ ଆଜିଠୁ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି । ରାଜ୍ୟବ୍ୟାପି ସରକାରୀ ମେଡ଼ିକାଲ୍ ଗୁଡ଼ିକ ଆଗରେ ଧାରଣା ଦେଇ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି ନର୍ସିଂ ଅଫିସର । ୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଦରମା ସହ ମିଶାଇ ପଦୋନ୍ନତି, ଆର୍ଥିକ ସୁବିଧା ପ୍ରଦାନ କରିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ କୋର୍ଡ ପରିବର୍ତ୍ତନ ଆଦି ୧୦ ଦଫା ଦାବି ନେଇ ସଂଘ ଆନ୍ଦୋଳନ ଚଳାଇଛି ।

Leave a Reply

Your email address will not be published. Required fields are marked *