ଚଳିତ ବର୍ଷ ୧୦ ହଜାର ୫୩୧ ପକ୍ଷୀ କମ୍
ଚିଲିକାରେ କମିଲା ପକ୍ଷୀଙ୍କ ସଂଖ୍ୟା । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ମିଳିତ ଆନୁକୂଲ୍ୟରେ ଚିଲିକା ଏବଂ ପକ୍ଷୀ ଅଭୟାରଣ୍ୟ ନଳବଣରେ ପକ୍ଷୀ ଗଣନା ହୋଇଛି । ରିପୋର୍ଟ ଅନୁସାରେ ସମଗ୍ର ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀଙ୍କ ସମାଗମ ହୋଇଥିଲା ବେଳେ କେବଳ ପକ୍ଷୀ ଅଭୟାରଣ୍ୟ ନଳବଣରେ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ ଟି ପକ୍ଷୀଙ୍କ ସମାଗମ ହୋଇଛି । ଗତ ବର୍ଷ ସମଗ୍ର ଚିଲିକାରେ ୧୧ ଲକ୍ଷ ୩୭ହଜାର ୭୫୯ଟି ପକ୍ଷୀ ମାନଙ୍କ ସମାଗମ ହୋଇଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବାଣରେ ୩ଲକ୍ଷ ୪୭ହଜାର ୨୮୦ଟି ପକ୍ଷୀଙ୍କ ସମାଗମ ହୋଇଥିଲା ।ଗତବର୍ଷ ଠାରୁ ଚଳିତ ବର୍ଷ ୧୦ ହଜାର ୫୩୧ ପକ୍ଷୀଙ୍କ ସଂଖ୍ୟା କମ ହୋଇଛି । ପକ୍ଷୀ ଗଣନା ଅନୁସାରେ ସମଗ୍ର ଚିଲିକାରେ , ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ଗଡ଼ୱାଲ ୨ଲକ୍ଷ ୧ହଜାର ୯୨୬ ଜଣ ଅଛନ୍ତି ।
