ମାଗଣା ଚକ୍ଷୁ ଚିକିତ୍ସା ପାଇଁ ଦିବ୍ୟଦୃଷ୍ଟି ଯୋଜନା

BSKY ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

BSKY ଜାଗାରେ ଗୋପବନ୍ଧୁ ଯୋଜନା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ କରିବାକୁ ବଜେଟ ଉପସ୍ଥାପନା ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କଲେ ସରକାର । ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ । ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍‌ଲେସ୍‌ ସେବା ଉପଲବ୍ଧ ହେବ । ସେପଟେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ ହେବ ଏବଂ ମାଗଣାରେ ଚକ୍ଷୁ ଚିକିତ୍ସା ଯୋଗାଇବାକୁ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆରମ୍ଭ ହେବ ।

ସେହିପରି ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଆରମ୍ଭ ହେବ । ଏଥିପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ ହୋଇଛି । କଟକ ଏସ୍‌ସିବି ମେଡିକାଲ କଲେଜ ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ରହିଛି । ଏବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆରବର୍ଷ ଫୁଲବାଣୀ ଓ ୨୬-୨୭ରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ଲକ୍ଷ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *