ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜ୍ଞପ୍ତି

ଆସିଲା ବିଜ୍ଞପ୍ତି, ଜାଣନ୍ତୁ କେଉଁଠି କେଉଁ ସମୟରେ ଦେବେ ଭୋଟ?

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୧୩ରେ ହେବ ପ୍ରଥମ ପର୍ଯ୍ୟାୟ ଭୌଟ । ଆଜିଠୁ ନାମାଙ୍କନ ଭରିବେ ପ୍ରାର୍ଥୀ । ୨୫ ଏପି୍ରଲ ନାମାଙ୍କନ ଦାଖଲର ଶେଷ ତାରିଖ, ଏପ୍ରିଲ ୨୬ରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ । ୨୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୪ ସଂସଦୀୟ କ୍ଷେତ୍ର, ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଗ୍ରହଣ କରାଯିବ । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ କ୍ଷେତ୍ର ପାଇଁ ଅଲଗା ଅଲଗା ସମୟ ଧାର୍ଯ୍ୟ କରାଯାଇଛି । କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନୂଆପଡ଼ାରେ ୩୯ଟି ପୋଲିଂ ଷ୍ଟେସନରେ ୭ରୁ ୪ଟା ଭୋଟିଂ ହେବ । ଅନ୍ୟ ପୋଲିଂ ଷ୍ଟେସନରେ ୭ରୁ ୫ଟା ମତଦାନ । ଖଡିଆଳରେ ୨୯ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ମତଦାନ । ଅନ୍ୟ ପୋଲିଂ ଷ୍ଟେସନରେ ୭ରୁ ୫ଟା ଯାଏଁ ଭୋଟ । ଲାଞ୍ଜିଗଡ଼ରେ ସକାଳ ୭ରୁ ୪ ଯାଏଁ ଭୋଟ । ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣାରେ ୭ରୁ ୫ଟା ଯାଏଁ ଭୋଟ । ନର୍ଲାରେ ୧୯ଟି ପୋଲିଂ ଷ୍ଟେସନରେ ୭ରୁ ୪ଟା ଯାଏଁ ଭୋଟିଂ । ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଯାଏଁ ଭୋଟିଂ ।

ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ଉମରକୋଟରେ ୨୨ଟି ପୋଲିଂ ଷ୍ଟେସନରେ ୭ରୁ ୪ଯାଏଁ ଭୋଟିଂ । ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ଯାଏଁ ଭୋଟିଂ । ଝରିଗାଁରେ ୨୬ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଭୋଟିଂ । ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ଯାଏଁ ଭୋଟିଂ । ନବରଙ୍ଗପୁରରେ ୧୦ଟି ପୋଲିଂ ଷ୍ଟେସନରେ ୭ରୁ ୪ଯାଏଁ ଭୋଟିଂ । ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ଯାଏଁ ଭୋଟିଂ । ଡାବୁଗାଁରେ ୪ଟି ପୋଲିଂ ଷ୍ଟେସନରେ ୭ରୁ ୪ଯାଏଁ ଭୋଟିଂ । ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ଯାଏଁ ଭୋଟିଂ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ୫ ଯାଏଁ ଭୋଟ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁରରେ ୭ଟାରୁ ସନ୍ଧ୍ୟା ୬ଯାଏଁ ପଡିବ ଭୋଟ । ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡିରେ ୭ଟାରୁ ସନ୍ଧ୍ୟା ୬ଯାଏଁ ଭୋଟ । ମୋହନାରେ ସକାଳ ୭ରୁ ୪ ଯାଏଁ ଭୋଟ ଗ୍ରହଣ ।

ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ରର ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୭ଟାରୁ ୫ଯାଏଁ ଭୋଟ ଗ୍ରହଣ । ଲକ୍ଷ୍ମୀପୁର, ପଟାଙ୍ଗୀରେ ସକାଳ ୭ରୁ ୪ଯାଏଁ ଭୋଟ ଗ୍ରହଣ । ଜୟପୁରରେ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଓଡ଼ିଶା ସମେତ ୧୦ ରାଜ୍ୟରେ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ରାଜ୍ୟରେ ମୋଟ ୯୬ ଲୋକସଭା ଆସନ ପାଇଁ ହେବ ଭୋଟ ।