ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ

୪ ବିଧାୟକଙ୍କୁ ନୋଟିସ୍‌

ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ । ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି । କାହିଁକି ବିଧାୟକ ପଦ ରଦ୍ଦ ନ ହେବ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି। ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି । ସରକାରୀ ଦଳର ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ୪ ବିଧାୟକଙ୍କୁ ଏହି ନୋଟିସ୍‌ କରାଯାଇଛି। ବାଚସ୍ପତିଙ୍କ ନିର୍ଦ୍ଦେଶରେ ନୋଟିସ କରିଛନ୍ତି ବିଧାନସଭା ସଚିବ । ତେବେ ଏହି ୪ ବିଧାୟକ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ବିଜେପି ଟିକେଟ୍‌ ଦେଇଛି।