ସନ୍ଧ୍ୟା ୫ଟା ସୁଦ୍ଧା କ୍ବାଟର୍ସ ଖାଲି କରିବାକୁ ନିର୍ଦ୍ଦେଶ

ଉତ୍କଳ ବିଶ୍ଵବିଦ୍ୟାଳୟର ଷ୍ଟାଫ କ୍ୱାଟରରେ ଲାଗିଲା ନୋଟିସ

ଉତ୍କଳ ବିଶ୍ଵବିଦ୍ୟାଳୟର ଷ୍ଟାଫ କ୍ୱାଟରରେ ଲାଗିଲା ନୋଟିସ । ଅବୈଧ ଭାବେ ବିଶ୍ଵବିଦ୍ୟାଳୟର କ୍ୱାଟରରେ ଅକ୍ତିଆର କରିଥିବା ସମସ୍ତଙ୍କୁ ନୋଟିସ ଜାରି କରିଛି ବାଣୀବିହାର ପ୍ରଶାସନ । ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ଅକ୍ତିଆରରେ ଥିବା କ୍ବାଟର୍ସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି । ଗତକାଲି ସନ୍ଧ୍ୟାରେ ଏହି ନୋଟିସ ଲଗାଯାଇଛି । ଯଦି ଆଜି ସନ୍ଧ୍ୟା ମଧ୍ୟରେ ଖାଲି ନକରାଯାଏ ତେବେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଦର୍ଶାଯାଇଛି ।ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟର ବିଭିନ୍ନ ହଷ୍ଟେଲ ରୁମ୍‌କୁ କବ୍‌ଜା କରି ରଖିଥିଲେ ଅଣଛାତ୍ର । ପୋଲିସ ସହାୟତାରେ ବିଶ୍ବିଦ୍ୟାଳୟର ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରାଯାଇଥିଲା । ୧ ନମ୍ବର, ୨ ନମ୍ବର, ୩ ନମ୍ବର ଏବଂ ୫ ନମ୍ବର ଛାତ୍ରାବାସରେ କବଜା କରାଯାଇଥିବା ପ୍ରାୟ ୧୨୮ଟି ରୁମ ରେ ତାଲା ଭାଙ୍ଗି କବଜା ମୁକ୍ତ କରାଯାଇଥିଲା । ଅଣଛାତ୍ର କବଜା କରିଥିବା ରୁମକୁ ସିଲ୍ କରାଯାଇଥିଲା । କେବଳ ହଷ୍ଟେଲ ନୁହେଁ କ୍ୟାମ୍ପସକୁ ସଂପୂର୍ଣ୍ଣ ଭାବେ ଅଣଛାତ୍ରମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି କର୍ତ୍ତୃପକ୍ଷ । ଏଣିକି ଆଇକାର୍ଡ ଥିଲେ ହଷ୍ଟେଲରେ ଛାତ୍ରମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ସୂଚନା ମିଳିଥିଲା ।