ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍
ଦୀଘା ମନ୍ଦିରକୁ ଦାରୁ ପଠାଇବା ଘଟଣା। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍। ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଅନୁଯାୟୀ ନୋଟିସ୍ ସୂଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଚରାଉଚରା କରିବା ସମ୍ଭାବନା। ବଙ୍ଗୀୟ ଚ୍ୟାନେଲକୁ ମନ୍ତବ୍ୟ ନେଇ ହୋଇପାରେ ପଚରାଉଚରା । ଦାରୁଗୃହର ଚାବି କାହା ପାଖରେ ଥିଲା, କେତେ ଦାରୁ ଥିଲା ପଚରାଯିବ । ଆସନ୍ତାକାଲି ପୂର୍ବାହ୍ନରେ ପଚରାଉଚରା ନେଇ ସମୟ ଧାର୍ଯ୍ୟ ସୂଚନା। ସେପଟେ ଦୀଘା ମନ୍ଦିର ସଂପର୍କରେ କାହାରି କୌଣସି ମତାମତ ଥିଲେ ସେ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଜଣାଇପାରିବେ। ଏ ନେଇ ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ଉଦ୍ଦେଶ୍ୟରେ ଏକ ନୋଟିସ ଜାରି କରାଯାଇଛି। ଆସନ୍ତାକାଲି ଅପରାହ୍ଣ ୫ଟା ସୁଦ୍ଧା ଲିଖିତ ଭାବେ ଉତ୍ତର ରଖିବାକୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ନୋଟିସ ଜାରି କରିଛନ୍ତି।
