ବଲାଙ୍ଗିରର ସାରଦା କୁକ୍ରେଜା ଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍

୪୦ ବର୍ଷ ହେଲା ଓଡ଼ିଶାରେ, ଏବେ ଭାରତ ଛାଡିବାକୁ ନୋଟିସ୍

ବଲାଙ୍ଗିର ସାରଦା ବାଇଙ୍କୁ ବି ନୋଟିସ କରିଛି ବଲାଙ୍ଗିର ପୋଲିସ । ନିଜ ପରିବାର ସହିତ 1986ରେ ପାକିସ୍ଥାନରୁ ଭାରତ ଆସିଥିଲେ ସାରଦା । ଓଡି଼ଶାର କୋରାପୁଟକୁ ପ୍ରଥମରେ ପରିବାର ସହିତ ଆସିଥିବା ସାରଦା ବଲାଙ୍ଗିରର ମହେଶ କୁକ୍ରେଜାକୁ ବିବାହ କରିଥିଲେ । ପରେ ବଲାଙ୍ଗିରରେ ସ୍ଥାୟୀ ଭାବରେ ରହୁଛନ୍ତି । ହେଲେ ତାଙ୍କ ଭିସା 1991 ମସିହାରୁ ଆଉ ପଞ୍ଜିକରଣ ହୋଇନାହିଁ । ଏବେ ବଲାଙ୍ଗିରରେ ଭୋଟ ବି ଦେଉଛନ୍ତି । ଏବେ ସରକାରଙ୍କ ନିର୍ଦ୍ଦେଶ ପରେ ଭାରତ ଛାଡିବେ ପାକିସ୍ଥାନୀ । ଏପରି ନିର୍ଦ୍ଦେଶ ପରେ ବଲାଙ୍ଗିର ପୋଲିସ ସାରଦା କୁକ୍ରେଜାଙ୍କୁ ନୋଟିସ କରିଥିବା ବଲାଙ୍ଗିର ଡି.ଆଇ.ବି ର ଅତିରିକ୍ତ ଏସ.ପି ହିମାଂଶୁ ବେହେରା ସୁଚନା ଦେଇଛନ୍ତି । ବାଲେଶ୍ବରରେ ମଧ୍ୟ ଆଉ ଜଣେ ପାକିସ୍ତାନ ନାଗରିକ ଚିହ୍ନଟ ହୋଇଛନ୍ତି । ପାକିସ୍ତାନ ନାଗରିକ ହେଲେ ରାଜିଆ ସୁଲତାନା । ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବାଲେଶ୍ବରରେ ରହୁଛନ୍ତି । ଜିଲ୍ଲା ପୋଲିସ ପକ୍ଷରୁ ରାଜିଆ ସୁଲତାନାଙ୍କୁ ନୋଟିସ୍ ଜାରି ହୋଇଛି ।