ମେଳ ଖାଉନି ବିଜ୍ଞପ୍ତି, ଅଡୁଆରେ କମିଶନରେଟ ପୋଲିସ !

ମେଳ ଖାଉନି ସାଧାରଣଙ୍କ ପାଇଁ ହୋଇଥିବା ବିଜ୍ଞପ୍ତି । ଓଡ଼ିଆ ଭାଷାରେ ଗୋଟେ ଆଉ ଇଂରାଜୀ ଭାଷାରେ ଆଉ ଗୋଟେ। ଓଡିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଏବଂ ପୁଲିସ କମିଶନରେଟ୍ ଭୁବନେଶ୍ୱର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ, ଭୁବନେଶ୍ବର, କପଲିସ୍ ଛକ ଠାରୁ ୱେଲକମ୍ ହୋଟେଲ୍‌ ପର୍ଯ୍ୟନ୍ତ ଭେହିକୁଲାର ଅଣ୍ଡର ପାସ୍ (କି.ମି.-୪୧୦+୫୬୫) ଏବଂ ୟାମାହା ସୋରୁମ୍ ଠାରୁ କସ୍ମୋପଲିସ୍ ଛକ ପର୍ଯ୍ୟନ୍ତ ଫ୍ଲାଏ ଓଭର ବ୍ରିଜ୍ (କି.ମି.-୪୧୦+୩୭୦) ନିର୍ମାଣ କାର୍ଯ୍ୟ ନିମନ୍ତେ ନିମ୍ନଲିଖିତ କଟକଣା ଲାଗୁ କରାଗଲା।

  • ଭୁବନେଶ୍ବରରୁ ଖୋର୍ଦ୍ଧା ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ କମ୍ପୋପଲିସ୍ ଛକ ଠାରୁ ବାମ ମୋଡ଼ ନେଇ ସର୍ଭିସ୍ ରୋଡ୍ ଦେଇ ୱେଲକମ୍ ହୋଟେଲ୍‌ ପର୍ଯ୍ୟନ୍ତ ଯାଇ ଡାହାଣ ମୋଡ଼ ନେଇ ଜାତୀୟ ରାଜପଥ ନମ୍ବର -୧୬ ଦେଇ ଯାଇପାରିବେ ।
  • ସେହିପରି ଖୋର୍ଦ୍ଧାରୁ ଭୁବନେଶ୍ବର ଆଡ଼କୁ ଆସୁଥୁବା ସମସ୍ତ ଯାନବାହାନ ଗୁଡ଼ିକ ୟାମାହା ସୋରୁମ୍ ଠାରୁ ବାମ ମୋଡ଼ ନେଇ ସର୍ଭିସ୍ ରୋଡ୍ ଦେଇ କପଲିସ୍ ଛକ ପର୍ଯ୍ୟନ୍ତ ଯାଇ ଡାହାଣ ମୋଡ଼ ନେଇ ଜାତୀୟ ରାଜପଥ ନମ୍ବର -୧୬ ଦେଇ ଯାଇପାରିବେ ।

ଉପରୋକ୍ତ କଟକଣା ଭେହିକୁଲାର ଅଣ୍ଡର ପାସ୍ ଓ ଫ୍ଲାଏ ଓଭର ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ନିମନ୍ତେ ଆସନ୍ତା ତା. ୧୧.୦୭.୨୦୨୩ ରିଖ ଠାରୁ ୨୮.୧୦.୨୦୨୩ ରିଖ (୧୧୦ ଦିନ) ପର୍ଯ୍ୟନ୍ତ ଲାଗୁ କରାଗଲା ।ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର କଟକ କମିସନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ଟ୍ୱିଟରେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର କଟକ କମିସନରେଟ ପୋଲିସ ପକ୍ଷରୁ କସ୍ମୋପଲିସ୍ ଛକ ନିକଟରେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ୍ ପାଇଁ ଟ୍ରାଫିକ ମାର୍ଗଦର୍ଶିକା ନିମନ୍ତେ ଏକ ଟ୍ୱିଟ କରି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଏହି ଟ୍ୱିଟରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବିଜ୍ଞପ୍ତିର ଫଟୋ ସ୍ଥାନ ପାଇଛି । ଦୁଇଟି ବିଜ୍ଞପ୍ତିକୁ ଭଲଭାବରେ ଅନୁଧ୍ୟାନ କଲେ ଏଥିରେ କଟକଣା ସମ୍ବନ୍ଧୀୟ ତାରିଖ ମେଳ ଖାଉନାହିଁ ବୋଲି ଜଣାପଡୁଛି । ଓଡ଼ିଆରେ ଏହି କଟକଣା ୨୮ ଅକ୍ଟୋବର ଯାଏଁ (୧୧୦ ଦିନ ପାଇଁ)ସୂଚିତ କରାଯାଇଥିଲା ବେଳେ ଇଂରାଜୀରେ ଏହା ୩୦ ଅକ୍ଟୋବର (୧୧୨ ଦିନ ପାଇଁ ) ପର୍ଯ୍ୟନ୍ତ ବୋଲି ଉଲ୍ଲେଖ କରାଯାଇଛି ।