୨୨ର ଜବାବ ୨୨ ମିନିଟ୍ରେ ଦେଲୁ: ପ୍ରଧାନମନ୍ତ୍ରୀ
ରାଜସ୍ଥାନରୁ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା। ରାଜସ୍ଥାନ ବିକାନେରରୁ ପାକିସ୍ତାନକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍ରେ ଦେଲୁ । ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କ’ଣ ହୁଏ ବିଶ୍ୱ ଦେଖିଲା । ୯ଟି ଆତଙ୍କୀ ଆଡ୍ଡାକୁ ଆମେ ସେନା ମାଟିରେ ମିଶାଇ ଦେଲା । ଯେଉଁମାନେ ସିନ୍ଦୂର ଲିଭାଇବାକୁ ଆସିଥିଲେ, ସେମାନେ ମାଟିରେ ମିଶିଲେ । ୩ ସେନାର ଚକ୍ରବ୍ୟୂହରେ ଫସିଲେ,ବାହାରି ପାରିଲେନି । ଯେଉଁ ଅସ୍ତ୍ରକୁ ନେଇ ପାକିସ୍ତାନ ଗର୍ବ କରୁଥିଲା, ତାହା କାମ ଦେଲାନି ।” ଇଏ ହେଉଛି ନୂଆ ଭାରତ, ଏହା ହେଉଛି ଆମର ଶକ୍ତି । ଅପରେସନ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି । ଆତଙ୍କୀ ହମ୍ଲା ହେଲେ କଡ଼ା ଜବାବ ଦିଆଯିବ । ସେନାବାହିନୀ କଣ କରାଯିବ ତାହାର ନିଷ୍ପତ୍ତି ନେବ । ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ । ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଦେଖିବୁ ନାହିଁ । ଆଗକୁ ଆତଙ୍କୀ କାର୍ଯ୍ୟ ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡ଼ିବ।
ବିକାନେରରେ ପହଞ୍ଚିବା ପରେ କରନୀ ମାତା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ନେଇଥିଲେ । ଏହାପରେ ଦେଶନୋକ ରେଳ ଷ୍ଟେସନର ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇବା ପରେ ବିକାନେର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଗଡ଼ିଛି । ଆଜି ରାଜସ୍ଥାନକୁ ଆଜି ଅନେକ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଏହାସହ ନାଲ ଏୟାରବେସରେ ଯବାନମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହା ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଜି ଅମୃତ ଭାରତ ଯୋଜନା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ୧୦୩ଟି ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
