ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ

ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର

ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ । ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ୧,୨,୩ ଓ ୫ ନମ୍ବର ହଷ୍ଟେଲରୁ ତଡ଼ା ଖାଇବେ ଅଣଛାତ୍ର । ବର୍ଷ ବର୍ଷ ଧରି ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପଦକ୍ଷେପ । ବାଣୀବିହାର କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ।

ପୁଲିସ ଅଧିକାରୀଙ୍କ ସହ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ରେଡ୍ରେ ସାମିଲ ରହିବେ । ଆଜି ଦିନ ୧.୩୦ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରିଛନ୍ତି ପିଜି କାଉନ୍ସିଲ୍‌ । ଅଣଛାତ୍ରଙ୍କୁ ବାହାର କରିବାକୁ ୟୁନିଭର୍ସିଟି କ୍ୟାମ୍ପସ୍‌ ଭିତରେ ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୫ ଜଣ ACP, ୪ ଜଣ IIC ଓ ୧୩ SI ଅଧିକାରୀଙ୍କ ନେତୃତ୍ୱରେ ଚଢ଼ଉ ହେବ । ଜୋନ୍‌ ୫ ACP ବିଶ୍ବରଂଜନ ସେନାପତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିବେ । ସମ୍ପୂର୍ଣ୍ଣ ସୁରକ୍ଷା ଦୟିତ୍ୱକୁ ତୁଲାଇବେ ବରିଷ୍ଠ ପୁଲିସ ଅଧିକାରୀ ଅନୁପ କାନୁନଗୋ ।