ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏନବିଡବ୍ଲୁ

ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏନବିଡବ୍ଲୁ । ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି (ଏମପି, ଏମଏଲଏ) କୋର୍ଟ । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲୁ ଜାରି ହୋଇଛି । ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ ଏନବିଡବ୍ଲୁ ଜାରି କଲେ କୋର୍ଟ । ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ୟ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ଆଫ୍ରୋଜ୍‌ ଅହମ୍ମଦ ଆଜି ଏହି ସୂଚନା ଦେଇଛନ୍ତି। ଏନେଇ ଅନୁଭବଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମଳିନାହିଁ। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ୟାତନା ଦେବା ଅଭିଯୋଗର ବିଚାର ପାଇଁ କଟକ ଜେଏମଏଫସି କୋର୍ଟ ମେ’ ୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରୁ ମୁକ୍ତି ପାଇଁ ଅନୁଭବ ଦାଏର କରିଥିବା ଡିସଚାର୍ଜ ପିଟିସନକୁ କୋର୍ଟ ଖାରଜ କରିବା ସହ ଆସନ୍ତା ୧୦ ତାରିଖରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।