ମେ’ ୩ ତାରିଖ ଯାଏଁ ନାମାଙ୍କନ ଭରିବେ ପ୍ରାର୍ଥୀ

ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜିଠୁ ନାମାଙ୍କନ ଭାରିବେ ପ୍ରାର୍ଥୀ। ମେ’ ୩ ତାରିଖ ଯାଏଁ ଚାଲିବ ଏହି ପ୍ରକ୍ରିୟା । ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ମେ’ ୬ ତାରିଖ ଧାର୍ଯ୍ୟ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମେ’ ୨୦ ତାରିଖରେ ହେବ । ଏଥିରେ ୫ ଲୋକସଭା ଆସନ ଯଥା ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ମତଦାନ ହେବ । ସେହିପରି ୩୫ ବିଧାନସଭା ଆସନ ପାଇଁ ମଧ୍ୟ ପଡ଼ିବ ଭୋଟ୍ । ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହୋଇଛି ।