ଆଜି ନାମାଙ୍କନ, କାଲି ନିର୍ବାଚନ

ବିଜେପି ରାଜ୍ୟ ସଭାପତି ନିର୍ବାଚନ: ଆ‌ଜି ନାମାଙ୍କନ

ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଆଜି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ ହେବ। ଏହା ପୂର୍ବରୁ ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମତଦାତା ସୂଚୀ ପ୍ରକାଶ ପାଇଛି। ଆଜି ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ଯଦି ସହମତି ଭିତ୍ତିରେ ଜଣେ ପ୍ରାର୍ଥୀ ନାମାଙ୍କନ ଭରନ୍ତି ତେବେ ଆସନ୍ତାକାଲି ହିଁ କିଏ ଆଗାମୀ ବିଜେପି ସଭାପତି ହେବେ ଜଣାପଡ଼ିଯିବ। ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରନ୍ତି ତେବେ ୮ ତାରିଖରେ ନିର୍ବାଚନ ହେବ।