ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ରସାୟନ ବିଜ୍ଞାନରେ ନୋବେଲ

ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର। ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଏହି ୩ ଜଣଙ୍କୁ ନୋବେଲ ଦିଆଯିବ। ତେବେ ପୁରସ୍କାର ବାବଦରେ ମିଳିବାକୁ ଥିବା ଅଧା ଅର୍ଥ ଏକାକୀ ଡାଭିଡ ବାକେର ନେବେ। ବାକି ଅଧା ପୁରସ୍କାର ରାଶି ଡେମିସ ଓ ଜନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟା ଯିବ। ଡାଭିଡ କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନର ଆବିଷ୍କାର କରିଥିଲେ। ଜନ ଓ ଡେମିସ ଫର ପ୍ରୋଟିନ ଷ୍ଟ୍ରକଚରାଲ ପ୍ରେଡିକସନ କରିଥିବାରୁ ସେମାନଙ୍କୁ ମଧ୍ୟ ନୋବେଲ ପାଇଁ ଚୟନ କରାଯାଇଛି। ପ୍ରୋଟିନଗୁଡ଼ିକ କମ୍ପ୍ଲେକ୍ସ ମୋଲେକୁଲେସ। ଏହା ଶରୀର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରେ। ସେଗୁଡ଼ିକ ଛୋଟ ଛୋଟ ୟୁନିଟରେ ପରିଣତ ହୋଇଥାଆନ୍ତି। ଏହାକୁ ଆମିନୋ ଏସିଡ କୁହାଯାଏ। ଏହି ଛୋଟ ଛୋଟ ୟୁନିଟ ଗୁଡ଼ିକ ଏକାଠି ଲମ୍ବା ଚେନ ଦ୍ୱାରା ପରସ୍ପରର ଲିଙ୍କରେ ରହୁନ୍ତି। ଶରୀରରେ ୨୦ ପ୍ରକାରର ଭିନ୍ନ ଭିନ୍ନ ଆମିନୋ ଏସିଡ ରହିଛି। ସେମାନେ ନିର୍ଦ୍ଦିଷ୍ଟ କ୍ରମରେ ରୁହନ୍ତି। ସେହି ଅନୁସାରେ ପ୍ରୋଟିନର ଷ୍ଟ୍ରକଚର ଓ କାର୍ଯ୍ୟକାରିତା ହୋଇଥାଏ।

Leave a Reply

Your email address will not be published. Required fields are marked *