ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା
ଏଥର ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା ।ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ନିଆଗଲା ନିଷ୍ପତ୍ତି । ପାର୍କିଂ ନଥିଲେ ପଡ଼ିବନି ମୀନା ବଜାର, ମିଳିବନି ରାବଣ ପୋଡ଼ି ଅନୁମତି । ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜା କମିଟି। ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ। ପୂଜା ପେଣ୍ଡାଲରେ ନିଶାକୁ ନା’ର ସଚେତନତା ଵାର୍ତ୍ତା ବାଣ୍ଟିବ ପୋଲିସ । ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ କମିଶନରଙ୍କ ତାଗିଦ ।
