ଚାପ ଗଭୀର ଡିପ୍ରେସନରେ ପରିଣତ ହେବ ଲଘୁଚାପ

ଓଡିଶାରେ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ : ଆଇଏମଡି

ଓଡିଶାରେ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଆଇଏମଡି ଡିଜି ମୃତଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ମିଳିତ ଟାଇଫୁନ ସତର୍କତା କେନ୍ଦ୍ର (JWTC) ପୂର୍ବାନୁମାନ କରିଛି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ଅଛି । ତଥାପି, ଆଇଏମଡି କହିଛି ଯେ ଏହି ଲଘୁଚାପ ଗଭୀର ଡିପ୍ରେସନରେ ପରିଣତ ହେବ।ଘୂର୍ଣ୍ଣିବାତ୍ୟାର କୌଣସି ସମ୍ଭାବନା ନାହିଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି, “ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ରହିବ । ଆଜି ସନ୍ଧ୍ୟାରୁ ବହୁତ ପ୍ରବଳ ବର୍ଷା ହେବ ଏବଂ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ।” ସେ ଏହା ମଧ୍ୟ କହିଛନ୍ତି ଯେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । କିନ୍ତୁ ଆଗାମୀ ସାତ ଦିନ ମଧ୍ୟରେ ମଧ୍ୟ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଡିଜି ମୃତଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି ।

Leave a Reply

Your email address will not be published. Required fields are marked *