ଆନ୍ଦୋଳନକାରୀଙ୍କ ଉପରେ ରବର ବୁଲେଟ୍‌ ମାଡ଼ କରାଯାଇନା

ବିଜେଡିକର୍ମୀଙ୍କ ଉପରେ ରବର ବୁଲେଟ୍‌ ମାଡ଼ ହୋଇନି : ସିପି

ଆନ୍ଦୋଳନକାରୀଙ୍କ ଉପରେ ରବର ବୁଲେଟ୍‌ ମାଡ଼ କରାଯାଇନାହିଁ ।ସୂଚନା ଦେଇଛନ୍ତି ପୋଲିସ କମିସନର ଏସ୍‌.ଦେବଦତ୍ତ ସିଂ। ସେ କହିଛନ୍ତି, କେବଳ ୫ଟି ଲୁହବୁହା ଗ୍ୟାସ୍‌ ଏବଂ ପାଣି ମାଡ଼ କରାଯାଇଛି। ଏଆଇ ଡ୍ରୋନ୍‌ ଯୋଗେ ଆନ୍ଦୋଳନକାରୀଙ୍କ ଦୃଶ୍ୟ କଏଦ ହୋଇଛି । ହିଂସା ଘଟାଇଥିବା ଚିତ୍ର ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଆଜି ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ଆନ୍ଦୋଳନ ତୀବ୍ର ହୋଇଥିଲା । ଆନ୍ଦୋଳନ ସମୟରେ ପୋଲିସ ଏବଂ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଏପରିକି ପୁଲିସ ତରଫରୁ ପାଣି ମାଡ଼ ସହ ଲୁହବୁହା ଗ୍ୟାସ୍‌ ମାଡ଼ କରାଯାଇଥିଲା । ଶତାଧିକ ବିଜେଡି କର୍ମୀମାନଙ୍କୁ ପୁଲିସ ଉଠାଇ ନେଇଥିଲା । ଏପରି ନେତାମାନେ ଆହତ ହୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।