ହନୁମାନ ଜୟନ୍ତୀ ବେଳେ ସମ୍ବଲପୁରରେ ହେବନି ଶୋଭାଯାତ୍ରା

ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ମନା

ସମ୍ବଲପୁରରେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ । ବାଇକ୍ ରାଲି ମଧ୍ୟ ବନ୍ଦ ପାଇଁ ନିଷ୍ପତି ନିଆଯାଇଛି । ଶାନ୍ତି କମିଟି ବୈଠକ ପରେ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଆଗକୁ ନିର୍ବାଚନ ଥିବାରୁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି । ଗତବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପଥର ମାଡରେ ୧୦ ପୁଲିସଙ୍କ ସମେତ ୫୦ରୁ ଅଧିକ ହନୁମାନ ଜୟନ୍ତୀ ସ୍ୱମନ୍ୱୟ ସିମିତିର କର୍ମକର୍ତ୍ତା ଆହତ ହୋଇଥିଲେ । ତେଣୁ ଏଥର ସାଧାରଣ ନିର୍ବାଚନ ଥିବାରୁ ଏପରି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।