‘ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ’

‘ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ’

ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ୩୦ ଲକ୍ଷ ୭୩୪ ଲୋକ e-KYCକରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ e-KYC କରିନାହାନ୍ତି ।  ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍ କରି ଯାଞ୍ଚ କରାଯିବ । ୬ ଲକ୍ଷ ୩୫ହଜାର ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି  ।  ଏବେ ସେମାନଙ୍କ ସର୍ଭେ ଚାଲିଛି ।  ଏପ୍ରିଲ ୧୫ ସୁଦ୍ଧା ଏହି ସର୍ଭେ କାର୍ଯ୍ୟ ସରିବ । ସରକାର ନୂଆ ପୋର୍ଟାଲ ଖୋଲିଛନ୍ତି । ଏଥିରେ ୫୦ ହଜାର ଆବେଦନ ଆସିଛି ।  ସର୍ଭେ ପରେ ନୂଆ ହିତାଧିକାରୀ ସେମାନଙ୍କର ରାସନ ସାମଗ୍ରୀ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *