ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ
ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା । ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଚୋରା ମଦ କାରବାର ସବୁବେଳେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେଣୁ ରାଜ୍ୟରେ ଚୋରା ମଦ ବିକ୍ରି ବନ୍ଦ କରିବା ଆମ ପାଖରେ ବଡ଼ ଚ୍ୟାଲେଞ୍ଜ ରହିଛି ବୋଲି ସେ କହିଛନ୍ତି । ଆଗାମୀ ବର୍ଷଠାରୁ ଓଡ଼ିଶାରେ ଚୋରା ମଦ ବନ୍ଦ ହେବ । ସେ ଆଧାରରେ ଆଗକୁ ନିୟମରେ ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରେ ଚୋରାମଦ ବିକ୍ରି ବନ୍ଦ କରିବାକୁ ବାଟ ବାହାର କରାଯିବ । ପୂର୍ବରୁ ଯେଉଁ ମଦନୀତି ଥିଲା ସେଥିରେ କିଛି ସାବଲୀଳ କରାଯିବ । ଯେଉଁ କିଛି ସମସ୍ୟା ରହିଥିଲା, ତାକୁ କିପରି ସୂଚାରୁ ରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।