‘ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ’

ପଶ୍ଚିମ ଓଡ଼ିଶାରେ ଦରକାର ନାହିଁ ସ୍ତାୟୀ ବେଞ୍ଚ: ଅର୍ଜୁନ ରାମ ମେଘୱାଲ

ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ବୟାନ ଦେଇଛନ୍ତି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ସେ କହିଛନ୍ତି, ଇ-କୋର୍ଟ ବ୍ୟବସ୍ଥା ଆରମ୍ଭ ହେଲାଣି, ଭର୍ଚୁଆଲରେ ସବୁ ସୁବିଧା ମିଳୁଛି । ଇ-କୋର୍ଟ ବ୍ୟବସ୍ଥା ହାଇକୋର୍ଟ ବେଞ୍ଚ ସହ ସମାନ । ଇ-କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି । ପ୍ରତି ଜିଲ୍ଲାରେ ମିଳୁଛି ଇ-କୋର୍ଟ ବ୍ୟବସ୍ଥା । ତେଣୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ ବୋଲି କହିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ । ଅନ୍ୟପଟେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ପଶ୍ଚିମ ଓଡ଼ିଶାର ସବୁବେଳେ ଏହି ଦାବି ରହିଆସିଛି । ଆଶା କରୁଛୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପଶ୍ଚିମ ଓଡ଼ିଶାବାସୀଙ୍କର ଆଶାକୁ ପୂରଣ କରିବେ ।