ଧାନ କିଣାର ଡେଡଲାଇନ ଦେଲେ ସରକାର

ମାର୍ଚ୍ଚ ୩୧ ପରେ ଆଉ କିଣା ହେବନି ଧାନ

ମାର୍ଚ୍ଚ ୩୧ ଧାନ କିଣାର ଡେଡଲାଇନ ।  ମାର୍ଚ୍ଚ ୩୧ ପରେ ଆଉ କିଣା ହେବନି ଧାନ ।  ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି ।  ଯେତିକି ଟାର୍ଗେଟ ଥିଲା ତାର ୯୦ପ୍ରତିଶତ ଧାନ ସଂଗ୍ରହ ହୋଇସାରିଥିବା ମନ୍ତ୍ରୀ କହିଛନ୍ତି । ସେପଟେ ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଆୟକର ଫାଇଲ ଭରୁଥିବା ବ୍ୟକ୍ତିଙ୍କର ରାସନ୍‌ କାର୍ଡ କଟିବନି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।  ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରିଫିକେସନ୍‌ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଫିଜିକାଲ ଭେରିଫିକେସନ ପରେ, ରାସନ କାର୍ଡ କଟିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।