ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଦଶହରାରେ ରାସ୍ତା ଉପରେ ତୋରଣ ମନା

ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କଟକ ସହରର ରାସ୍ତାଘାଟ ଅବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ନର୍ସ ଆନ୍ଦୋଳନ ପ୍ରସଙ୍ଗରେ ଆପୋଷ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ଏପଟେ ଦେବୀ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ମା’ଙ୍କ ଦର୍ଶନ ପାଇଁ ଲାଗୁଛି ଭକ୍ତଙ୍କ ଗହଳି । କରାଯାଉଛି ପୂଜାପାଠ । ରୀତିନୀତି ଅନୁଯାଇ ଚାଲିଛି ନୀତିକାନ୍ତି ।

Leave a Reply

Your email address will not be published. Required fields are marked *