ନୀତିଶ କୁମାର ହେଲେ ଜେଡିୟୁ ବିଧାୟକ ଦଳ ନେତା
ନୀତିଶ କୁମାର ହେଲେ ଜେଡିୟୁ ବିଧାୟକ ଦଳ ନେତା । ଜେଡିୟୁ ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ନୀତିଶ କୁମାର । ଆସନ୍ତାକାଲି ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଜି ଜେଡିୟୁ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ।ସେହିପରି ଅପରାହ୍ଣରେ ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶଙ୍କୁ ବିଧିବଦ୍ଧ ଭାବେ ନେତା ନିର୍ବାଚିତ କରାଯିବ । ଏପଟେ ବିଜେପି ବିଧାୟକ ଦଳ ନେତା ହୋଇଛନ୍ତି ସମ୍ରାଟ ଚୌଧୁରୀ । ତାଙ୍କୁ ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ କରାଯାଇଛି । ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ବିହାର ଉପମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ସୂଚନା ମିଳିଛି ।
