ଆଉ ନିର୍ବାଚନ ଲଢ଼ିବି ନାହିଁ: ନିରଞ୍ଜନ ପଟ୍ଟନାୟକ
ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ । ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢ଼ିବି ନାହିଁ । ଯୁବପିଢ଼ିଙ୍କୁ ଆଗକୁ ରାସ୍ତା ଛାଡ଼ିବା ଦରକାର ବୋଲି ସେ କହିଛନ୍ତି । ଭଣ୍ଡାରୀପୋଖରୀରୁ କିଏ ଲଢ଼ିବ ପ୍ରଶ୍ନରେ ରଖିଲେ ମତ। ମୋତେ ଦଳ ପଚାରିଲେ ମୋର ମତ ରଖିପାରିବି ବୋଲି ସେ କହିଛନ୍ତି ।ଗତକାଲି ଗୋଟିଏ ମଞ୍ଚରେ ବସିଥିଲେ ନିରଞ୍ଜନ ପଟ୍ଟନାୟକ ଏଵଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ଏପଟେ ନିରଞ୍ଜନ ପଟ୍ଟନାୟକ କହିଲେ ବୟସ ହେଇଗଲାଣି, ପୁଅକୁ ଛାଡ଼ିବି ରାସ୍ତା । ସେପଟେ ଜୟଦେବ ଜେନା କହିଲେ ଆମେ ଆମ ଘରର ମୁଖିଆ ନିରଞ୍ଜନଙ୍କୁ ଛାଡ଼ିବୁ ନାହିଁ । ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟାରେ ତାଙ୍କ ପୁଅ ନବଜ୍ୟୋତି l କହିଲେ ବାପା ଆମ ଆଦର୍ଶ । ତାଙ୍କ ପରି ପରିଶ୍ରମ ଆମେ କରିପାରିବୁ ନାହିଁ । ରାଜନୀତିରେ ନିରଞ୍ଜନ ପଟ୍ଟନାୟକଙ୍କ ବିନା କଂଗ୍ରେସ ଆଗକୁ ବଢ଼ିପାରିବ ନାହିଁ ।
