ବିଜେଡି-ବିଜେପି କର୍ମୀ ମୁହାଁମୁହିଁ
ନିମାପଡା ବିଧାୟକ ସମୀର ଦାଶଙ୍କୁ ବିରୋଧ ସହିତ କଳାପତାକା ପ୍ରଦର୍ଶନ । ପୋଲିସ ଉପସ୍ଥିତିରେ ପ୍ରତିବାଦକାରୀଙ୍କୁ ନିସ୍ତୁକ ମାଡ ମାରିଲେ ବିଧାୟକଙ୍କ ସମର୍ଥକ । ନିଜ ନିର୍ବାଚନମଣ୍ଡଳୀ ଏରବଂଗ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମକୁ ବିଧାୟକ ଯାଉଥିଲେ । ଏହି ସମୟରେ ବିଧାୟକଙ୍କୁ ବିଜେପି କର୍ମୀ କଳାପତାକା ଦେଖାଇଥିଲେ । ପରେ ସମୀର ଦାସଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ । ସମର୍ଥକଙ୍କ ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚା ସଭାପତି ଆହତ ହୋଇଛନ୍ତି । ବଡ କଥା ହେଉଛି ଦୁଇ ପକ୍ଷ ମଧ୍ୟରେ ହାତାହାତି ବେଳେ ପୋଲିସ ଉପସ୍ଥିତ ଥାଇ ଦେଖୁଥିଲା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି ।