ଦିଲ୍ଲୀ ବିସ୍ଫୋରଣ ମାମଲାର ତଦନ୍ତ କରିବେ NIA
ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)କୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶର ସୁରକ୍ଷା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମାମଲା ହୋଇଥିବାରୁ ଏହାର ଗଭୀର ତଦନ୍ତ ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । NIA ଏବେ ଏହି ମାମଲାର ସମସ୍ତ ଦିଗକୁ ଅନୁସନ୍ଧାନ କରିବ ।ବିସ୍ଫୋରଣ ଘଟିଥିବା ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇ ତାହାକୁ ଆଧାର କରି ଛାନଭିନ୍ ଜାରି ରହିଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ବିସ୍ଫୋରଣକାରୀଙ୍କୁ ଚିହ୍ନଟ କରିବା ଏବଂ ଧରିବା ପାଇଁ ଅହରହ ପ୍ରୟାସ କରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ।
