ରାଜଧାନୀ ସୁନ୍ଦରପଦାରେରେ ବୋମା ଫୁଟିବା ଘଟଣାରେ ତଦନ୍ତ କରିବ ଏନଆଇଏ

ରାଜଧାନୀ ସୁନ୍ଦରପଦାରେରେ ବୋମା ଫୁଟିବା ଘଟଣାରେ ତଦନ୍ତ କରିବ ଏନଆଇଏ

ରାଜଧାନୀ ସୁନ୍ଦରପଦାରେରେ ବୋମା ଫୁଟିବା ଘଟଣାରେ ତଦନ୍ତ କରିବ ଏନଆଇଏ । କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚିବ NIA ଟିମ । ସୁନ୍ଦରପଦା ନିକଟ ନ୍ୟୁ ଆଜାଦ ନଗରରେ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି-NIA । ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ସହ ବୋମା ଫୁଟିବା କାରଣ ର ତଦନ୍ତ କରିବେ ।

ଗତକାଲି ଭୁବନେଶ୍ବର ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦ ନଗରରେ ବୋମା ବିସ୍ଫୋରଣରେ ୪ଜଣ ଗୁରୁତର ହୋଇଥିଲେ । ତିନିମହଲା କୋଠା ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ପେଶାଦାର ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ଜଣ ଗୁରୁତର ହୋଇଥିଲେ । ସୋହନବାଜ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି । ବିସ୍ଫୋରଣରେ ସୋହନବାଜଙ୍କ ମା ଓ ଜଣେ ବାନ୍ଧବୀ ଓ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି । ଏହି ମାମଲାରେ ଆଜି ଘଟଣାସ୍ଥଳରେ ପହଞ୍ଚି ଏନଆଇଏ ତଦନ୍ତ କରିବ ।

Leave a Reply

Your email address will not be published. Required fields are marked *