୨୦୨୪କୁ ବିଦାୟ ୨୦୨୫କୁ ସ୍ଵାଗତ
ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । ୨୦୨୪କୁ ବିଦାୟ ଦେଇ ୨୦୨୫ କୁ ଧୁମଧାମରେ ସ୍ଵାଗତ କରିଛନ୍ତି। ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ, ସଂସଦର ସାଉଥ ବ୍ଲକ । ସେହିପରି ଦିଲ୍ଲୀର ବିଜୟ ଚୌକ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି । ଚିକମିକ ଲାଇଟର ଆଲୋକ ମାଳାରେ ଝଲସୁଛି ଦିଲ୍ଲୀ । ନୂଆ ବର୍ଷକୁ ନୂଆ ଢଙ୍ଗରେ ସ୍ୱାଗତ କରିବା ପାଇଁ ସହରର ଲୋକେ ବିଭିନ୍ନ ସ୍ଥାନରେ ଏକାଠି ହୋଇଛନ୍ତି । ଜିରୋ ନାଇଟ୍ଚେ ସେଲିବ୍ରେସନ ଠିକ୍ନ୍ନା ରାତି 12 ରେ ନୂଆ ବର୍ଷକୁ ସ୍ଵାଗତ କରିଛନ୍ତି। ହୋଟେଲ, ବାର, ପବ ଓ ରେଷ୍ଟୁରାଂଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନୃତ୍ୟ ଗୀତରେ ଝୁମଛନ୍ତି ଲୋକେ । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଭୁବନେଶ୍ୱର, କଟକ, ପୁରୀ ସମେତ ବଡ ବଡ଼ ସହରରେ ଧୁମଧାମରେ ଜିରୋ ନାଇଟ ସେଲିବ୍ରେସନ ହୋଇଛି । ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଲାଇନ ଲାଗିଛି। ମହାପ୍ରଭୁଙ୍କ ଦର୍ଶନ କରି ନୂଆ ବର୍ଷର ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ।