ଶ୍ରୀମନ୍ଦିର ପାଇଁ ନୂଆ ବାଟାଲିୟନ୍‌

ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ସମ୍ଭାଳିବ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍

ଶ୍ରୀମନ୍ଦିରର ଭିତର ହେଉ କି ବାହ୍ୟ ସୁରକ୍ଷା, ଏ ଦାୟିତ୍ବ ସମ୍ଭାଳିବ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍ । ଯାହାର ନାଁ ରହିଛି ଶ୍ରୀମନ୍ଦିର ସ୍ପେଶାଲ ସିକ୍ୟୁରିଟି ବାଟାଲିଅନ୍ । ତେବେ ଏଥିରେ ସିଧା ନିଯୁକ୍ତି ଦିଆଯିବନି ବରଂ OSAPରୁ ଡେପୁଟେସନରେ କର୍ମଚାରୀ ଆସିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏମାନଙ୍କ ଦାୟିତ୍ବ ଓ କାର୍ଯ୍ୟକାଳ କିଭଳି ରହିବ ସେ ନେଇ ବି ପ୍ରସ୍ତୁତ ହୋଇଛି ମୋଡାଲିଟି । ବାଟାଲିଅନ୍ ହେଡକ୍ବାର୍ଟର ପୁରୀରେ ରହିବ, ତେବେ ୟୁନିଫର୍ମ ଓ ଲୋଗୋ ସମ୍ପର୍କରେ ପୋଲିସ ଡିଜି ନିଷ୍ପତ୍ତି ନେବେ । ଭିଡ଼ ନିୟନ୍ତଣ ହେଉ କି ଶୃଙ୍ଖଳିତ ଦର୍ଶନ । ଆତଙ୍କବାଦୀ ଆକ୍ରମଣଠୁ ଅଗ୍ନିକାଣ୍ଡ ପରି ଅଘଟଣ । ଶ୍ରୀମନ୍ଦିରରେ ଏସବୁ ମୁକାବିଲା ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ବାଟାଲିୟନ । ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି- ଶ୍ରୀମନ୍ଦିର ଆମ ପରିଚୟ, ଏହାର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ବଡ଼ ଦାୟିତ୍ବ । ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ ପାଇଁ ପୋଲିସ ବିଭାଗରୁ ହିଁ ଯବାନଙ୍କୁ ନିଆଯିବ । ସାଧାରଣ ବାଟାଲିୟନରେ ଯେତିକି ସୁରକ୍ଷାକର୍ମୀ ଓ ଅଫିସର ରହୁନ୍ତି ଏଥିରେ ମଧ୍ୟ ସେତିକି ରହିବେ । ସେହିପରି ଶ୍ରୀଜଗନ୍ନାଥ ଟେମ୍ପଲ ପୋଲିସ୍ ବା JTPରେ ଖାଲି ପଡ଼ିଥିବା ପଦବୀ ପୂରଣ ସହ ଅଧିକ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *