ସଂସଦରେ ଆଗତ ହେଲା ନୂଆ ଆୟକର ବିଲ୍
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ଲୋକସଭାରେ ନୂଆ ଆୟକର ବିଲ୍ ଉପସ୍ଥାପିତ କରିଛନ୍ତି । ୨୦୨୫ ଫେବ୍ରୁଆରି ୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିଲା । ଏହି ନୂତନ ଆଇନ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନର ସ୍ଥାନ ନେବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ଅଧିକ ସ୍ୱଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ । ତେବେ ତୃଣମୂଳ କଂଗ୍ରେସର ସୌଗତ ରାୟଙ୍କ ସମେତ କିଛି ବିରୋଧୀ ସଦସ୍ୟ ଏହି ବିଲକୁ ଗୃହରେ ଆଗତ କରିବାକୁ ବିରୋଧ କରିଥିଲେ । ଏହି କମିଟି ପରବର୍ତ୍ତୀ ଅଧିବେଶନର ପ୍ରଥମ ଦିନ ଲୋକସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିବ । ଆଜି ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବିଲ୍ ଉପସ୍ଥାପନ ଉପସ୍ଥାପିତ ହେବା ପରେ ଗୃହକାର୍ଯ୍ୟ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଫେବ୍ରୁଆରି ୭ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନୂଆ ଆୟକର ବିଲ୍ କୁ ଅନୁମୋଦନ ମିଳିଥିଲା ।
