ନୂଆ ଅତିଥିଙ୍କୁ ସ୍ଵାଗତ କଲା ନନ୍ଦନକାନନ

ପଶୁପ୍ରେମୀଙ୍କ ମନ ଜିଣିବେ ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି

ସମସ୍ତ ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି। ନନ୍ଦନକାନ ପ୍ରାଣୀ ଉଦ୍ୟାନକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଛି। ଉଭୟ ପ୍ରଜାତିରୁ ଗୋଟିଏ ଲେଖାଏଁ ଯୋଡି ଚିଡିଆଖାନାରେ ଛଡାଯାଇଛି। ତେବେ ଏମାନଙ୍କୁ ହାଇଦ୍ରାବାଦରୁ ଅଣାଯାଇଥିବା ବେଳେ ଆସନ୍ତା ୧ ମାସ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରଖାଯିବ। ତା’ ପରେ ଖୁଆଡ ଭିତରକୁ ଛଡାଯିବ। ତେବେ ଉଭୟ ଗୋଲଡେନ୍ ହ୍ୟାଣ୍ଡେନ୍ ଟାମାରିନ ଏବଂ ସ୍କ୍ବିରେଲ୍ ମଙ୍କି ହାତର ପାପୁଲି ଅଂଶ ସୁନେଲି ରଙ୍ଗର ହୋଇଥିବାରୁ ଏମାନେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଏବଂ ସମସ୍ତ ଦର୍ଶକଙ୍କ ମନକୁ ଏମାନେ ବେସ ବିମୋହିତ କରିବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଏହି ବର୍ଷ ନନ୍ଦନକାନନକୁ ଆହୁରି ଅଧିକ ପଶୁପକ୍ଷୀଙ୍କୁ ଅଣାଯିବାର ଲକ୍ଷ୍ୟ ରହିଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।