ଆସିବେ ହଳେ ଗିବନ୍ ଓ ଚିତ୍ରା ବିରାଡି
ନନ୍ଦନକାନନକୁ ଆସିବେ ନୂଆ ଅତିଥି । ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏକ ଯୋଡା ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି ଅଣାଯିବ । ଅଦଳ ବଦଳ ପ୍ରକ୍ରିୟାରେ ଅରୁଣାଚଳ ପ୍ରଦେଶ ଇଟାନଗର ଚିଡ଼ିଆଖାନାରୁ ଦୁଇଟି ଗିବନ୍ ଓ ଦୁଇଟି ଚିତ୍ରା ବିରାଡ଼ି ଅଣାଯିବ । ପ୍ରତିବଦଳରେ ନନ୍ଦନକାନନରୁ ନିଆଯାଇଛି ଦୁଇଟି ନାଲି ମହାବଳ ବାଘ । ଅଣ୍ଡିରା ନାଲି ବାଘ ରକି ଓ ବାଘୁଣୀ ସୋହିନୀକୁ ଦିଆଯାଇଛି । ଏହାସହିତ ୩ଟି ଘଡିଆଳ କୁମ୍ଭୀର ମଧ୍ୟ ଦିଆଯାଇଛି । ଗୁରୁବାର ଇଟାନଗରରୁ ଏକ ୬ ଜଣିଆ ଟିମ ନନ୍ଦନକାନନ ଆସିଥିବାବେଳେ ଆଜି ବାଘ ଓ କୁମ୍ଭୀର ନେଇଛନ୍ତି । ଇଟାନଗରରୁ ପଶୁଙ୍କୁ ଆଣିବାକୁ ନନ୍ଦନକାନନର ୬ ଜଣିଆ ଟିମ୍ ମଧ୍ୟ ଇଟାନଗର ଗସ୍ତ କରିଛନ୍ତି । ଆସନ୍ତା ୨୩ କିମ୍ବା ୨୪ ତାରିଖ ସୁଦ୍ଧା ନନ୍ଦନକାନନକୁ ନୂଆ ଅତିଥି ଆସିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
