ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

କିଟରେ ଛାତ୍ରୀଙ୍କ ମୃତ୍ୟୁ ପରେ ହଷ୍ଟେଲ ଛାଡୁଛନ୍ତି ନେପାଳୀ ପିଲା

କିଟ୍ ରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା। ତୃତୀୟ ବର୍ଷ ବିଟେକ୍‍ ପଢ଼ୁଥିବା ଜଣେ ନେପାଳ ଛାତ୍ରୀ ରବିବାର ହଷ୍ଟେଲରେ ଜୀବନ ହାରିଥିଲେ ।  ନେପାଳୀ ପିଲା ସବୁ କିଟ୍ ଛାଡି ସାରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଘଟଣାରେ ସଫେଇ ରଖିଛନ୍ତି କଲେଜ କର୍ତ୍ତୃପକ୍ଷ। କିଟ୍ କୂଳ ସଚିବଙ୍କ କହିଛନ୍ତି, ଅଭିଯୁକ୍ତ ଛାତ୍ରଙ୍କ ସହ ମୃତ ନେପାଳୀ ଛାତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ । ମନୋମାଳିନ୍ୟରୁ ଆତ୍ମହତ୍ୟା କରିଥିବା ଜଣାପଡିଛି  । ଘଟଣାରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତଦନ୍ତ କରୁଛି ପୋଲିସ। ଗତକାଲି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କଲେଜ କ୍ୟାମ୍ପସ୍‌ରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା ।  ଅନ୍ୟ ନେପାଳୀ ଛାତ୍ର ସାରା ରାତି କଲେଜ କ୍ୟାମ୍ପସ୍‌ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାତି ସାରା କ୍ୟାମ୍ପସ୍‌ରେ ଉତ୍ତେଜନା ପରେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।  ସେପଟେ  ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ଜେରା କରୁଛି ଇନଫୋସିଟି ଥାନା ପୋଲିସ। ଏଥିସହ ରୁମ୍ ନମ୍ବର OA- 18 କୁ ନେଇ ସନ୍ଦେହ ବଢିଛି। ୱାର୍ଡେନ ଛାତ୍ରୀ ମାନଙ୍କୁ ମୃତଦେହ ଦେଖାଇବାକୁ ଅମଙ୍ଗ, ଆଉ ଛାତ୍ରୀମାନେ ମୃତ ଦେହ ଦେଖିବାକୁ ଅଡ଼ି ବସିଛନ୍ତି।