ଓଡ଼ିଶାରେ ଧାନ ବିକ୍ରି କରିପାରିବେ ନାହିଁ ରାଜ୍ୟ ବାହାର ଚାଷୀ

ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଧାନ କିଣାବେଳେ ପଡ଼ୋଶୀ ରାଜ୍ୟ ସୀମା ସିଲ୍‌ କରିବାକୁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପରିକି ରାଜ୍ୟ ବାହାର ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିପାରିବେ ନାହିଁ ବୋଲି ବୈଠକରେ କୁହାଯାଇଛି। ଏପରିକି ମଣ୍ଡିରେ ଚାଷୀଙ୍କ ଧାନର ମାନ ଥରୁଟିଏ ଯାଞ୍ଚ କରାଯିବ। ଏହା ପୂର୍ବରୁ ମଣ୍ଡି ଓ ମିଲ୍‌ରେ ଧାନର ମାନ ଯାଞ୍ଚ ହେଉଥିଲା। ଏପରିକି ଚାଷୀଙ୍କ ଧାନ କିପରି ସୂଚାରୁ ରୂପେ କିଣାହେବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ସମ୍ପୃକ୍ତ ଜିଲାର ଜିଲାପାଳ ଧାନ କିଣିବା ସମୟ ସୀମା ବଢ଼ାଇ ପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏପରିକି ମଣ୍ଡିଗୁଡିକୁ ଆଧୁନିକୀକରଣ କରାଯିବ। ଏନେଇ ୫୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବୈଠକରେ କୁହାଯାଇଛି।