NEET-UG-୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର
ପ୍ରକାଶ ପାଇଲା NEET-UG-୨୦୨୫ ରେଜଲ୍ଟ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ । ପରୀକ୍ଷାର୍ଥୀଙ୍କୁ ଇ-ମେଲ୍ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ । neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ । ମେ ୪ରେ ଗୋଟିଏ ସିଫ୍ଟରେ ୨୦ ଲକ୍ଷ ପିଲା ଦେଇଥିଲେ ପରୀକ୍ଷା । NTA ନିଟ୍ ୟୁଜି ୨୦୨୫ ପରୀକ୍ଷାଫଳ ଅଫିସିଆଲ ୱେବସାଇଟରେ ଜାରି କରିଛି । ତେଣୁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟneet.nta.nic.in କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ପରୀକ୍ଷାର୍ଥୀ ଇମେଲ ଜରିଆରେ ସ୍କୋର କାର୍ଡ ଦେଖିପାରିବେ ।
କେମିତି ଡାଉନଲୋଡ କରିବେ :
-ପ୍ରଥମେ ATA ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ
-ଏଠାରେ ହୋମ୍ ପେଜ୍ ରେ NEET UG 2025 Result ର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
-ଏବେ ଆଡମିଟ୍ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଦାଖଲ କରନ୍ତୁ। ଏହା କରିବା ପରେ, ଫଳାଫଳ ଆସିବ।
-ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଏହାର ପ୍ରିଣ୍ଟଆଉଟ୍ ନିଅନ୍ତୁ।
NEET UG Final Answer Key 14 ଜୁନ୍ ରେ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ NTA neet.nta.nic.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଇ PDF ଫାଇଲ୍ ଡାଉନଲୋଡ୍ କରିପାରିବେ।
