ଦୋହା ଡାଇମଣ୍ଡ ଲିଗ୍‌ରେ ଇତିହାସ ରଚିଲେ ନୀରଜ ଚୋପ୍ରା

୯୦.୨୩ ମିଟର ଜାଭେଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନରେ ନୀରଜ

ଇତିହାସ ରଚିଲେ ନୀରଜ। ଦୋହା ଡାଇମଣ୍ଡ ଲିଗ୍‌ରେ ଇତିହାସ ରଚିଲେ ନୀରଜ ଚୋପ୍ରା। କ୍ୟାରିଅରରେ ପ୍ରଥମ ଥର ପାଇଁ ୯୦ ମିଟର ଜାଭେଲିନ୍ ଫିଙ୍ଗିଲେ ନୀରଜ। ୯୦.୨୩ ମିଟର ଜାଭେଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନରେ ନୀରଜ। ୯୧.୦୬ ମିଟର ଫିଙ୍ଗି ପ୍ରଥମ ସ୍ଥାନରେ ଜର୍ମାନୀର ଜୁଲିଆନ୍ ୱେବର। ପ୍ରତିଯୋଗିତାରେ ଓଡ଼ିଶାର କିଶୋର ଜେନା ଅଷ୍ଟମ ସ୍ଥାନରେ ଅଛନ୍ତି। ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ତାଙ୍କ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ଥ୍ରୋ ‌ଗୌରବ ଅର୍ଜନ କରିଛନ୍ତି। ପ୍ରଥମ ଥର ପାଇଁ ୯୦+ ମିଟର୍‌ ଅତିକ୍ରମ କରି ଦୀର୍ଘଦିନର ସ୍ବପ୍ନକୁ ସାକାର କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଦୋହା ଡାଏମଣ୍ଡ୍ ଲିଗ୍‌ରେ ୨୭ ବର୍ଷୀୟ ନୀରଜ ୯୦.୨୩ ମିଟର୍ ଦୂରତାକୁ ଜାଭଲିନ୍‌ ଫିଙ୍ଗି ଏହି ଐତିହାସିକ କୃତିତ୍ବ ଅର୍ଜନ କରିଛନ୍ତି। କିନ୍ତୁ ଏହି ନାଟକୀୟ ପ୍ରତିଯୋଗିତାରେ ନୀରଜଙ୍କୁ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଜର୍ମାନିର ଜୁଲିଏନ୍ ୱେବର୍‌ ଶେଷ ମିନିଟ୍‌ ‌ଥ୍ରୋରେ ୯୧.୦୬ ମିଟର୍‌ ଫିଙ୍ଗି ବିଜୟ ଛଡ଼ାଇ ନେଇଛନ୍ତି। ତଥାପି ନୀରଜଙ୍କ ଏହି ସଫଳତା ତାଙ୍କୁ ଅପୂର୍ବ ସଫଳତା ଦେଇଥିବାରୁ ସେ ବଡ଼ ଉପଲବ୍‌ଧି ପାଇଛନ୍ତି।